ପ୍ରମୂଖ ଖବର
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

‘HMPVକୁ ଭୟ କରିବାର କାରଣ ନାହିଁ, ଏହା ପୁରୁଣା ଭାଇରସ୍‌’: ତଥ୍ୟ ଦେଲେ କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ

Published By : Tapas Panda | January 6, 2025 9:05 PM

Image Courtesy: indiatv

ବେଙ୍ଗାଲୁରୁ: ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ୍‌ (HMPV) ବିଶ୍ବରେ ଭୟ ସୃଷ୍ଟି କରିଛି ।ଏଭଳି ସ୍ଥିତିରେ ଲୋକଙ୍କ ମନରେ ପ୍ରଶ୍ନ ଯେ, ପୁଣି ଥରେ କରୋନା ଭଳି ବିଶ୍ବରେ ମହାମାରୀ ଚିନ୍ତାର କାରଣ ସାଜିବ କି ? କରୋନା ଭାଇରସ୍‌ର ଦୁଃଖରୁ ଏବେ ବି ବିଶ୍ବ ସଂପୂର୍ଣ୍ଣ ରୂପେ ବାହାରି ପାରିନଥିବା ବେଳେ ଆଉ ଏକ ସମ୍ଭାବ୍ୟ ମହାମାରୀ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାରି ମଧ୍ୟରେ କର୍ଣ୍ଣାଟକ ସରକାର କହିଛନ୍ତି, ଏଚଏମପିଭି ଭାଇରସ୍‌କୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । 

 ବେଙ୍ଗାଲୁରୁରୁ ୨ଟି ଏଚଏମପିଭି ମାମଲା ମିଳିବା ପରେ ସରକାର ଏହା କହିଛନ୍ତି । କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁସାରେ, ଏଚଏମପିଭି ପଜିଟିଭ୍‌ ଛୋଟ ପିଲା କୌଣସି ଅନ୍ତର୍ଜାତୀୟ ଭ୍ରମଣ କରିନାହାନ୍ତି । କର୍ଣ୍ଣାଟକର ସ୍ବାସ୍ଥ୍ୟ ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି,‘ମୋତେ ଲାଗୁନାହିଁ  ଭୟ କରିବାର କୌଣସି କାରଣ ରହିଛି । କାରଣ ଏଚଏମପିଭି ନୂଆ ଭାଇରସ୍‌ ବା ଭୂତାଣୁ ନୁହେଁ ।’

ସେ କହିଛନ୍ତି,  ‘ଏହି ଭାଇରସ୍‌ ଦେଶରେ ପୂର୍ବରୁ ରହିଛି । ରିପୋର୍ଟ କହୁଛି, ଏହା ଭାରତରେ ଏଚଏମପିଭିର ପ୍ରଥମ ମାମଲା । କିନ୍ତୁ ଏହା ସତ ନୁହେଁ, ଦେଶରେ ପୂର୍ବରୁ ଏଚଏମପିଭି ଭାଇରସ୍‌ ରହିଛି । ଏହି ଭୂତାଣୁ ଦ୍ବାରା କେତେ ପ୍ରତିଶତ ଲୋକେ ସଂକ୍ରମିତ ହୁଅନ୍ତି, ଏଥିରେ କିଛି ନୂଆ କଥା ନାହିଁ । ’

 ସେ ଆହୁରି କହିଛନ୍ତି, ୮ ମାସର ଶିଶୁର କୌଣସି ଯାତ୍ରା ସଂପର୍କିତ ଇତିହାସ ନାହିଁ । ତେଣୁ ଚାଇନାରୁ ଆସିଥିବା ଭାଇରସ୍‌ ସହ ଏହାର କୌଣସି ସଂପର୍କ ନାହିଁ । ଚୀନ୍‌ରେ ଏଚଏମପିଭିର ପ୍ରକୋପର କାରଣ ହେଉଛି ଏହାର ଏକ ନୂଆ ଭାରିଏଣ୍ଟ । ସେପଟେ ଆମ ପାଖରେ ସଂପୂର୍ଣ୍ଣ ତଥ୍ୟ ନାହିଁ ଏବଂ ଭାରତ ସରକାର ଏନେଇ ସ୍ପଷ୍ଟ ସୂଚନା ଦେଇନାହାନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ । 

  • Karnataka
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.